ବିନା କୌଣସି Third-party Application ସାହାଯ୍ୟରେ Windows ଲାପଟୋପରେ ନିଅନ୍ତୁ Screenshot || Hidden Tricks of Windows

bina kaunasi third party appre niontu screenshots


ଲାପଟୋପରେ ScreenShot ନେବା ବହୁତ ହି ସହଜ କିନ୍ତୁ କିଛି ଲୋକ ଏହି ବିଷୟରେ ଜାଣି ନଥାନ୍ତି, ଯାହା ଫଳରେ ସେମାନେ Screenshot ନେବା ପାଇଁ ବହୁଗୁଡ଼ିଏ Third-party screenshot ଆପ୍ଲିକେସନ ଇନଷ୍ଟଲ କରିଥାନ୍ତି. ହେଲେ ଏହି ଆର୍ଟିକିଲ ପଢିବା ପରେ ଆପଣଙ୍କୁ Perfect Screenshot ନେବା ପାଇଁ କୌଣସି ଆପ୍ଲିକେସନ ଡାଉନଲୋଡ଼ କରିବାକୁ ପଡିବ ନାହିଁ.

ତେବେ ଆସନ୍ତୁ ଜାଣିବା ବିନା କୌଣସି Third-party ସଫ୍ଟୱେରରେ କେମିତି Screenshot ନେଇ ପାରିବା:

Trick:1

ହୋମରେ ଡାହାଣ ସାଇଡ଼ରେ ଥିବା language ଉପରେ cursor ନେଇ right click କରନ୍ତୁ. ଦେଖିବେ ଉପରୁ ୫ ନମ୍ବର ସିରିଏଲରେ ଲେଖାଥିବା "Show Windows Workspace button". ସେହି ଲେଖା ଉପରେ cursor ନେଇ ଥରେ କ୍ଲିକ କରି ଦିଅନ୍ତୁ. ଦେଖିବେ languge ପାଖରେ ତା'ର icon ଆସିଯିବ. ସେହି icon ଉପରେ କ୍ଲିକ କରି ଆପଣ screenshot ନେଇ ପାରିବେ.

Show Windows Workspace button


Trick:2

ଆପଣ Short-cut key ର ବ୍ୟବହାର ମଧ୍ୟ କରିପାରିବେ-
ନିଜ କମ୍ପୁଟରର keyboard ରେ ଏକା ସଂଗେ "Windows button + prt sc" ଦବାନ୍ତୁ. ଦେଖିବେ ଆପଣଙ୍କ screenshot fileଟି picture folder ଭିତରେ "screenshot" folder ରେ save ହେଇଥିବ.
hold windows button and press prt sc for screenshot


Trick:3

କମ୍ପୁଟରରେ ସର୍ଚ୍ଚ କରନ୍ତୁ "snipping tool". ଦେଖିବେ ଆପଣଙ୍କ କମ୍ପୁଟରରେ ଆଗରୁ ହିଁ ସଫ୍ଟୱେରଟି ଥିବ. ସେହି ସଫ୍ଟୱେର ଉପରେ କ୍ଲିକ କରନ୍ତୁ, ଦେଖିବେ ସାମ୍ନା ମନିଟରରେ ହିଁ ଖୋଲି ଯିବ.
ଆପଣ ସାମ୍ନାରେ ଦେଖା ଯାଉଥିବା "new" ବୋଟୋନକୁ କ୍ଲିକ କରନ୍ତୁ. ଏହା ଦ୍ୱାରା ଆପଣ ଯେତିକି ଚାହିଁବେ ସେତିକି ଏରିଆର screenshot ଉଠେଇ ପାରିବେ.
already installed in windows screen capturing app

Post a Comment

0 Comments